ପଞ୍ଜାବ : ଅମୃତସରର ଡିଏଭି ପବ୍ଲିକ୍ ସ୍କୁଲ ଉପରେ ପଡିବ ବୋମା । ଏନେଇ ଧମକ ମିଳିଛି । ତେବେ ଏନେଇ ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହେବା ପରେ ପୋଲିସ ନେଇଛି କଡା ଆକ୍ସନ । ଏଭଳି ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଗୁରୁବାର ଦିନ ତିନି ଛାତ୍ରଙ୍କୁ ଗିରଫ କରିଛି ।

ବୁଧବାର ସନ୍ଧ୍ୟାରେ ଦୁଇଟି ମେସେଜ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା ।

ଗୋଟିଏ ଥିଲା ବିସ୍ଫୋରଣରେ ସ୍କୁଲ ବସ ଉଡାଇବା ଓ ଅନ୍ୟଟି ଥିଲା ସ୍କୁଲରେ ଗୁଳିମାଡ । ଉଭୟ ପୋଷ୍ଟରେ ଥିଲା ପାକିସ୍ତାନର ପତାକା । ଏମିତିକି ଦିଆଯିଇଥିବା ଧମକ ଉଭୟ ଇଂରାଜୀ ଓ ଉର୍ଦ୍ଦୁରେ ଲେଖାଥିଲା । ଏହା ଜଣାପଡିବା ପରେ ବିଦ୍ୟାଳୟରେ ସୁରକ୍ଷାକୁ ବଢାଇ ଦିଆଯାଇଛି ।

କ୍ୟାମ୍ପସରେ ପଞ୍ଜାବ ପୋଲିସ୍ କମାଣ୍ଡୋ ମୁତୟନ ହୋଇଛନ୍ତି । ପଞ୍ଜାବ ପୋଲିସର ବିଭିନ୍ନ ଟିମ୍ ମଧ୍ୟ ସ୍କୁଲ ପରିସରରେ ଯାଞ୍ଚ କରିଛନ୍ତି । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଦ୍ୟାଳୟର ତିନିଜଣ ଛାତ୍ର ଏହି ଗୁଜବ ପ୍ରଚାର କରିଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି ।