ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା। ସେପଟେ ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।
ମୌସୁମୀ ଅଧିବେଶନ ଅଗଷ୍ଟ ୪ ତାରିଖ ଯାଏଁ ଜାରି ରହିବ । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ୟ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବେ ସରକାର ।
