ତିନି ଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିନି ଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଆସନ୍ତା ୨୧ରୁ ୨୩ ତାରିଖ ପର୍ୟ୍ୟନ୍ତ ସେ ଓଡ଼ିଶାରେ ଅବସ୍ଥାନ କରିବେ। ୨୧ରେ କଟକ ଶାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେବେ। ପରବର୍ତ୍ତୀ ଦୁଇ ଦିନରେ ବିଭିନ୍ନ କାର୍ୟ୍ୟକ୍ରମାନଙ୍କରେ ଯୋଗ ଦେବା ସହ କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ୨୩ ତାରିଖ ଦିନ ଦିଲ୍ଲୀ ଯିବେ।

୨୪ରେ ନ୍ୟାସନାଲ ୱାର୍ ମେମୋରିଆଲ ଓ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍ ପରିଦର୍ଶନ କରିବେ। ତା ସହିତ ପ୍ରବାସୀ ଓଡ଼ିଆ ବିକାଶ ସମିତିର ୯ମ ବାର୍ଷିକ ଉତ୍ସବ ଅବସରରେ ହେବାକୁ ଥିବା ମହାବିଷୁବ ସଂକ୍ରାନ୍ତି ମିଳନ କାର୍ୟ୍ୟକ୍ରମରେ ଯୋଗ ଦେବେ। ଏତଦ୍ବ୍ୟତୀତ ଦିଲ୍ଲୀରେ ଅନୁଷ୍ଠିତ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗଦେଇ ଆନ୍ଧ୍ରପ୍ରଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ସେ ୨୧ ତାରିଖ ଅପରାହ୍ଣ ୪ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ନିଜସ୍ବ ବାସଭବନକୁ ଯିବେ ବୋଲି ଆନ୍ଧ୍ରପ୍ରଦେଶ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

Related Posts