![](https://www.satyapatha.com/wp-content/uploads/2023/12/WhatsApp-Image-2023-12-04-at-3.29.04-PM-716x495.jpeg)
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ଏକପ୍ରକାର ସ୍ପଷ୍ଟ ହୋଇଛି ।
ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମାଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମାଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।