
ଲଣ୍ଡନ: ଭାରତ ଫେରିବ ସଞ୍ଜୟ ଭଣ୍ଡାରୀ । ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟାର୍ପଣ କ୍ଷେତ୍ରରେ ବାଟ ଫିଟିଛି । ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ସୋମବାର ମଞ୍ଜୁରି ପ୍ରଦାନ କରିଛନ୍ତି।
ଖୁବ୍ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ସଞ୍ଜୟଙ୍କ ବିରୋଧରେ ଟ୍ୟାକ୍ସ ଫାଙ୍କିବା ଓ ମନି ଲଣ୍ଡରିଂ କରିବା ଅଭିଯୋଗ ହୋଇଛି। ଏଥିସହ ସେ ପ୍ରତିରକ୍ଷା କାରବାରରେ ମଧ୍ୟ ଲାଞ୍ଚ ନେଇଥିବା ଜଣାପଡ଼ିଛି। ୟୁପିଏ ସରକାର ସମୟରେ ହୋଇଥିବା ଅସ୍ତ୍ରଶସ୍ତ କାରବାର ସମ୍ପର୍କରେ ସେ ବିଦେଶୀ କମ୍ପାନୀମାନଙ୍କଠାରୁ ୪ଶହ କୋଟିରୁ ଅଧିକ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ସିବିଆଇ ଓ ଇଡି ଉଭୟ ମନି ଲଣ୍ଡରିଂ ମାମଲାରେ ୨୦୨୦ରେ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲେ। ତାଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ସେ ବ୍ରିଟେନକୁ ପଳାଇଥିଲେ। ଏହାପରେ ଭାରତ ସରକାର ତାଙ୍କୁ ପଳାତକ ଘୋଷିତ କରିଥିଲେ।