ଆର୍ଟନ କ୍ୟାପିଟାଲ ୨୦୨୨ରେ ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଦେଶଗୁଡିକର ତାଲିକା ପ୍ରକାଶ: ୬୯ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଆର୍ଟନ କ୍ୟାପିଟାଲ ୨୦୨୨ ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ୟୁଏଇର ପାସପୋର୍ଟ ଥିବା ବେଳେ, ଭାରତର ପାସପୋର୍ଟ ୬୯ ତମ ସ୍ଥାନରେ ରହିଛି। ଏଥି ସହିତ ପାକିସ୍ତାନ ୯୪ ତମ ସ୍ଥାନରେ ଏବଂ ବାଂଲାଦେଶ ୯୨ ତମ ସ୍ଥାନରେ ରହିଛି।

ଏହି ତାଲିକାରୁ ଏହା ଜଣା ଯାଇଥାଏ ଯେ କେଉଁ ଦେଶର ନାଗରିକମାନେ କେଉଁ ଦେଶରେ ଭିଜା ମୁକ୍ତ ପ୍ରବେଶ କରିପାରିବେ।
ଭାରତୀୟ ନାଗରିକମାନେ ଭିଜା ବିନା ୨୪ ଦେଶରେ ପ୍ରବେଶ କରିପାରିବେ। ଯେତେବେଳେ କି
୪୮ ଟି ଦେଶରେ ଭାରତୀୟ ନାଗରିକମାନେ ଭିଜା ସୁବିଧା ପାଇବେ । ୧୨୬ ଟି ଦେଶକୁ ଯିବାକୁ ଭାରତର ନାଗରିକମାନେ ଭିଜା ଆବଶ୍ୟକ କରିବେ।

ଏହି ତାଲିକାରେ ପାକିସ୍ତାନ ୯୪ ତମ ସ୍ଥାନରେ ରହିଛି। ଏଠାରେ ନାଗରିକମାନେ କେବଳ ୧୦ ଟି ଦେଶରେ ଭିଜା ମୁକ୍ତ ପ୍ରବେଶ ପାଇପାରିବେ। ଅପରପକ୍ଷରେ ପାକିସ୍ତାନ ନାଗରିକମାନେ ୧୫୪ ଟି ଦେଶରେ ପ୍ରବେଶ ପାଇଁ ଭିଜା ଆବଶ୍ୟକ ହେବ।

Related Posts