ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ । ଯାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଭାରତରେ ଧାର୍ମିକ ଅସନ୍ତୁଳନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି ।
ଏକ ଜନସଭା ସମୟରେ ଓୱେସୀ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି…। ମୁସଲମାନଙ୍କ ଟିଆଫଆର କମୁଛି…’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।
ଉଲ୍ଲେଖଯୋଗ୍ୟ ଯେ, ସଂଘ ପ୍ରମୁଖ ମୋହନ ଭାଗବତ ନିଜ ଭାଷଣରେ ଜନସଂଖ୍ୟା ଅସନ୍ତୁଳନ ଉପରେ କହିଥିଲେ । ସେ କହିଥିଲେ,୭୫ ବର୍ଷ ପୂର୍ବେ ଆମେ ଏହାର ଅନୁଭବ କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଯେଉଁ ତିନୋଟି ନୂଆ ସ୍ୱାଧୀନ ଦେଶ ଅସ୍ତିସ୍ୱକୁ ଆସିଛନ୍ତି, ଇଷ୍ଟ ତିମୋର, ଦକ୍ଷିଣ ସୁଡାନ ଏବଂ କୋସୋଭା, ତଥା ଇଣ୍ଡୋନେସିଆ, ସୁଡାନ ଏବଂ ସର୍ବିଆ ଗୋଟିଏ ଭୂ-ଭାଗରେ ଜନସଂଖ୍ୟା ଅସନ୍ତୁଳନର ପରିମାଣ ଅଟେ ।
