ଭୁବନେଶ୍ୱର କଳ୍ପନା ଛକରେ ଦୁର୍ଘଟଣା: କାର ଧକ୍କାରେ କଦଳୀ ବେପାରୀଙ୍କ ମୃତ୍ୟୁ, ୨ ଗୁରୁତର

ଭୁବନେଶ୍ୱର : ସକାଳୁ ସକାଳୁ ଭୁବନେଶ୍ୱର କଳ୍ପନା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ ବିକ୍ରି କରୁଥିବା କଦଳୀ ବେପାରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ କଦଳୀ ବେପାରୀ ଜଣଙ୍କ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ କଦଳୀ ବେପାରୀଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନା ସୃଷ୍ଟି ହୋଇଥିଲା ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗ୍ରାଣ୍ଡ ଆଇଟେନ କାର ଚାଳକ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିଲେ । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମିଶନରେଟ୍‌ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି । ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରିଛି ।

Related Posts