ASO ପରୀକ୍ଷା ପ୍ରସ୍ତୁତି: ୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୭ରେ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନ । ଏନେଇ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ASO ପରୀକ୍ଷା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା ହୋଇଛି । ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି କେନ୍ଦ୍ର କରାଯାଇଛି ।

ସୂଚନା ଥାଉକି, ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ନୂଆ ତାରିଖ ଘୋଷଣା କରିଥିଲା OPSC । ୨୭ତାରିଖ ଦିନ ASO ପରୀକ୍ଷା ଅନୁଷ୍ଠିତ ହେବ ବୋଲି OPSC ପକ୍ଷରୁ ସୂଚନା ଦିଆଯାଇଥିଲା ।

Related Posts