୨୫ରୁ ବିଧାନସଭାର ବଜେଟ୍ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ | ୬ ଦିନ ଧରି ଚାଲିବ ଏହି ଅଧିବେଶନ | ତେବେ ଏନେଇ ଆଜି ସକାଳ ସାଢେ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ସାଧାରଣତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ । ଚଳିତ ଥର ପୌରନିର୍ବାଚନରେ ବିଧାୟକ ମାନେ ବ୍ୟସ୍ତ ରହୁଥିବାରୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି ।

ଏନେଇ ବାଚସ୍ପତି କହିଛନ୍ତି, ବିଧାନସଭାର ନୀୟମାବଳୀ ଏବଂ ପ୍ରକ୍ରିୟା ଅନୁଯାଇ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନରେ ପ୍ରଶ୍ନକାଳ, ଶୁନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ରହିବ । ବିଧାନସଭା ଆରମ୍ଭ ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ଏହା ପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ।

ମାର୍ଚ୍ଚ ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ |

Related Posts