ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସନାଲ ହେରାଲ୍ଡ ମାମଲାକୁ ନେଇ ଉତ୍ତେଜନା ମଧ୍ୟରେ ସଚିନ ପାଇଲଟଙ୍କୁ ମୁଖ୍ୟାଳୟ ଯିବା ବାଟରେ ଅଟକ ରଖିଲା ପୁଲିସ । ସେପଟେ ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରାକୁ ବିରୋଧ କରି ଶହ ଶହ କଂଗ୍ରେସ କର୍ମୀ ପୋଲିସ ଦ୍ୱାରା ଘେରି ରହିଥିଲେ। ଏନେଇ ରାଜସ୍ଥାନ ବିଧାୟକ ମୁକେଶ ଭାକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରୁଥିବା ଭିଡିଓରେ ପାଇଲଟର ସମର୍ଥକମାନେ ପୁଲିସ ସହ ଯୁକ୍ତିତର୍କ କରୁଥିବାର ଦେକାଯାଉଛି। ପରେ ପୁଲିସ ଜବରଦସ୍ତି ସେମାନଙ୍କୁ ବାସ୍ ଭିତରେ ବସାଉଛି।
ସଚିନ ପାଇଲଟ ମଧ୍ୟ ବସ୍ ଭିତରେ ବସୁଥିବା ଦେଖିବାକୁ ମିଳୁଛି। ସମର୍ଥକମାନେ ସଚିନ ପାଇଲଟ ଜିନ୍ଦାବାଦ ନାରା ମଧ୍ୟ ଲଗାଉଥିବାର ଭିଡିଓ ଶୁଣିବାକୁ ମିଳୁଛି। ଅନ୍ୟପଟେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ ବୁଧବାର ଦିନ ପୋଲିସ ଅଫିସରେ ବେଆଇନ ଭାବେ ପ୍ରବେଶ କରି ଦଳୀୟ କର୍ମୀଙ୍କୁ ମାଡ ମାରୁଛି। ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି ଯେ ଇଡି କାର୍ୟ୍ୟାଳୟ ଏବଂ ଇଡି କାର୍ୟ୍ୟାଳୟ ଏବଂ ପାର୍ଟି ମୁଖ୍ୟାଳୟ ମଧ୍ୟରେ ଥିବା ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି।
