ଏଣିକି ପୁରସ୍କାର ପାଇଁ କ୍ରୀଡାବିତଙ୍କୁ ଦଉଡିବାକୁ ପଡିବନି କାର୍ଯ୍ୟାଳୟ; ଅନ୍‌ଲାଇନରେ କରିପାରିବେ ଆବେଦନ: ଅନୁରାଗ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ପୁରସ୍କାର ପାଇଁ କ୍ରୀଡାବିତଙ୍କୁ ଦଉଡିବାକୁ ପଡିବନି କାର୍ଯ୍ୟାଳୟ । ତେବେ କ୍ରୀଡାବିତ୍‌ଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପୋର୍ଟାଲ ଲଞ୍ଚ ହୋଇଛି। ଯୋଗ୍ୟ କ୍ରୀଡାବିତ୍‌ ଏହି ପୋର୍ଟାଲ ଜରିଆରେ ପୁରସ୍କାର ରାଶି ପାଇଁ ଅନଲାଇନରେ ଆବେଦନ କରିପାରିବେ। କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏହି ପୋର୍ଟାଲକୁ ଉଦ୍‌ଘାଟନ କରିଛନ୍ତି।

ଏହା ଦ୍ୱାର କ୍ରୀଡାବିତ୍‌ଙ୍କୁ ଆଉ ଫେଡେରେସନ୍‌ ଏବଂ ସରକାରୀ କାର୍ଯ୍ୟାଳୟକୁ ଦଉଡିବାକୁ ପଡିବ ନାହିଁ। ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠି ପକ୍ଷରୁ ଏନ୍‌ଏସ୍‌ଡିଏଫ୍‌ ନାମକ ଏକ ଓ୍ବେବ୍‌ସାଇଟ୍‌ ଖୋଲାଯାଇଛି। ଏହି ଓ୍ବେବସାଇଟ ଜରିଆରେ ଖେଳାଳି ଆବେଦନ କରିପାରିବେ। କେବଳ ପୁରସ୍କାର ନୁହେଁ ଅବସରକାଳୀନ ଯୋଜନା ପାଇଁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts