ଆରମ୍ଭ ହେଲା ରଥଟଣା

ପୁରୀ: ଆଜି ବାହୁଡିବେ ମହାପ୍ରଭୂ । ଗୋଟିଏ ପରେ ଗୋଟିଏ ନିତିକାନ୍ତି ଶେଷ ହୋଇଛି । ଗଜପତି ମହାରାଜା ଙ୍କ ଦ୍ଵାରା ଛେରାପହଁରା ନୀତି ସମ୍ପର୍ଣ୍ଣ ହୋଇଛି । ଏବେ ଆରମ୍ଭ ହୋଇଛି ରଥଟଣା । ଶରଧାବାଲିରୁ ପ୍ରଥମେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥକୁ ଟାଣି ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମବର୍ତ୍ତିଙ୍କ ରଥ ।

୯ ଦିନର ଯାତ୍ରା ପରେ ରତ୍ନସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ।

ଆଜି ସକାଳେ ପହଣ୍ଡି ବିଜେ ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜ ଦିବ୍ୟ ସିଂହଦେବ ପାଲିଙ୍କିରେ ଆସି ତିନି ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ । ସୁବର୍ଣ୍ଣ ଖଡିକା ଓ ସୁବାସିତ ଜଳରେ ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜ । ଏହାପରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ପରେ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ ଗଜପତି ମହାରାଜ ଦିବ୍ୟ ସିଂହଦେବ।

Related Posts