ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଜ୍ରପାତ ନେଲା ଗୋରୁ ଜଗାଳିଙ୍କ ଜୀବନ। ଏଥିସହ ସେ ଚରାଇବାକୁ ଆଣିଥିବା ୫୭ ଗୋରୁ ଓ ଛେଳିଙ୍କ ଜୀବନ ମଧ୍ୟ ବଜ୍ରପାତରେ ଯାଇଛି।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଂଚାୟତର ଜୁମଡାଙ୍ଗ ଗ୍ରାମରେ ଏହି ଅଭାନୀୟ ଘଟଣା ଘଟିଛି। ମୃତକ ଜଣକ ସ୍ଥାନୀୟ ଗ୍ରାମର ସନ୍ନ୍ୟାସୀ ରାଓ ହନ୍ତାଳ(୪୦)।ସୂଚନା ଅନୁସାରେ, ଏହାକୁ ନେଇ ଜୁମଡାଙ୍ଗ ଗ୍ରାମରେ ଶୋକର ଛାୟା ଖେଳିଯେଇଛି। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ସରକାରୀ ବ୍ୟବସ୍ଥା ମୁତାବକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।