ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୫ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ପିସିସି ସଭାପତି ଶରଦ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ୫ତାରିଖରୁ ସାରା ଓଡ଼ିଶାରେ ଆନ୍ଦୋଳନ କରିବ ଦଳ। ଏହାସହ ରାଜଭବନ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବଢିଛି। ଖାଦ୍ୟ ସାମଗ୍ରୀରେ GST ଲଗାଇଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।ଏହାକୁ ବିରୋଧ କରି ଆସନ୍ତା ୫ତାରିଖରୁ ସାର ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି କହିଛନ୍ତି।

Related Posts