ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଲୁଟ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅପ୍ ବରୋଦାରୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ । ବାଇକ୍ ଯୋଗେ ୮ଜଣ ଦୁର୍ବୃତ ଆସି ଟଙ୍କା ଲୁଟିନେଇଛନ୍ତି । ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ କର୍ମଚାରୀ ଏବଂ ଭିତରେ ଥିବା ଗ୍ରାହକଙ୍କୁ ଭୟଭୀତ କରାଇ ଲୁଟ କରିଥିବା ସୂଚନା ମିଳିଛି ।ଏହି ୮ ଦୁବୃର୍ତଙ୍କ ମଧ୍ୟରେ ୨ଜଣ ମୁହଁରେ ମାସ୍କ ଲଗାଇଥିବା ବେଳେ ପରସ୍ପର ସହ ବଙ୍ଗଳାରେ କଥା ହେଉଥିଲେ । ପ୍ରଥମେ ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭିର କନନେସନ୍ କାଟିବା ପରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଟଙ୍କା ଲୁଟିଥିଲେ । ଟଙ୍କା ଲୁଟିନେବା ପରେ ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଛନ୍ତି ।

ଖବର ପାଇ ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କକୁ ଥିବା ସବୁ ରାସ୍ତା ସିଲ୍‌ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ପ୍ରାଥମିକ ଭାବେ ଯାହା କୁହାଯାଉଛି, ଦୁର୍ବୃତ୍ତମାନେ ବ୍ୟାଙ୍କର ପାଖାପାଖି ୧୪ ଲକ୍ଷ ଟଙ୍କା ଏବଂ ଜଣେ ଗ୍ରହକଙ୍କ ୬୦ ହଜାର ଟଙ୍କା ନେଇଯାଇଛନ୍ତି। ତଦନ୍ତ ପରେ ଡକାୟତି ହୋଇଥିବା ଟଙ୍କାର ଠିକ୍‌ ପରିମାଣ ଜଣାପଡ଼ିବ ବୋଲି ପୁଲିସ କହିଛି।