
ଭୁବନେଶ୍ବର : ପଡିବ ଉଠିବ ବାରବାଟୀ ଷ୍ଟାଡିୟମ | ଏନେଇ ପ୍ରସ୍ତୁତି ଜୋର ଧରିଛି । ଖେଳାଳିଙ୍କ ସୁରକ୍ଷା ଠୁ ଆରମ୍ଭ କରି ଖେଳ ପଡିଆ ଯାଏଁ ସବୁଠି ଜୋରଦାର ରେ ଚାଲିଛି ପ୍ରସ୍ତୁତି | ଖେଳାଳି ମାନେ ଗତକାଲି ଆସି ଭୁବନେଶ୍ୱରରେ ପହଁଞ୍ଚିବେ | ତେବେ ଏଥର ବିମାନବନ୍ଦର କାର୍ଗୋ ଗେଟ୍ ଦେଇ ଆସିବେ ନାହିଁ ଖେଳାଳି । ପ୍ରଥମ ଥର ପାଇଁ ଏୟାରପୋର୍ଟର ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି ।
ଖବର ଅନୁଯାୟୀ, ପୂର୍ବରୁ କର୍ଗୋ ଗେଟ୍ ଦେଇ ବାହାରିଥିଲେ ଖେଳାଳି । କିନ୍ତୁ ଏବେ ଭିଭିଆଇପି ଗେଟ୍ ଦେଇ ଖେଳାଳିମାନେ ବାହାରକୁ ବାହାରିବେ ଖେଳାଳି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାରିକେଟ୍ ବ୍ୟବସ୍ଥା କରାଯିବ । ଏନେଇ ଆଜି ଭୁବନେଶ୍ବର ଡିସିପି ଓ ସିଆଇ ଏସ ଏଫ୍ ପକ୍ଷରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।
ସେହିପରି ଭିଭିଆଇପି ଗେଟ୍ ଭିତରେ ସିଆଇଏସଏଫ ଓ ବାହାରେ କମିଶନରେଟ ପୋଲିସର ଅଧିକାରୀମାନେ ମୁତୟନ ରହିବେ । ଲଗାତର ଭାବେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ସୁରକ୍ଷାକର୍ମୀ ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୦ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ୨ୟ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଆଜି କାଉଣ୍ଟରରେ ଟିକେଟ୍ ବିକ୍ରି ଚାଲିଛି ।