ବାଜିଲା ପଦ୍ମପୁର ଉପନିର୍ବାଚନ ବିଗୁଲ; ଡିସେମ୍ବର ୫ରେ ପଡ଼ିବ ଭୋଟ, ୮ ରେ ଆସିବ ଫଳାଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ । ଏନେଇ ଆଜି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।ନଭେମ୍ବର ୧୭ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ।୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହା ପରେ ଡିସେମ୍ବର ୫ରେ ହେବ ଭୋଟିଂ ଓ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ ।

ତେବେ ଦିନକ ପରେ ଧାମନଗର ଉପନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଆଜି ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଛି।

ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳଙ୍କ ଦପ୍ତରରେ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ ।

Related Posts