ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ରେ ମହୁମାଛି ଆତଙ୍କ । ସରସ୍ୱତୀ ଶିଶୁ ମନ୍ଦିରରେ ମହୁମାଛି ଆକ୍ରମଣରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଓ ଜଣେ ଅଭିଭାବକ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍କୁଲ ଛୁଟି ହେବା ସମୟରେ ମହୁମାଛି ଆକ୍ରମଣ କରିଥିଲା। ତେବେ ସ୍କୁଲରେ ଛାତ୍ରଛାତ୍ରୀମାନେ ପଢ଼ୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟିଲା ବୋଲି ଅଭିଯୋଗ ହୋଇଛି। ସ୍କୁଲରୁ ତୁରନ୍ତ ମହୁମାଛିଙ୍କୁ ଘଉଡ଼ାଇବା ପାଇଁ ଦାବି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ଗୋପୀନାଥପୁରରେ ଜଣେ ବୃଦ୍ଧା ଓ ଖଜିରା ଗ୍ରାମରେ ଦୁଇ ଜଣ ଯୁବକଙ୍କୁ ମହୁମାଛି ଆକ୍ରମଣ କରିଥିବା ବେଳେ ସମସ୍ତେ ନୀଳଗିରି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।