
କୋଲକାତା : ଆରପାରିରେ ବଙ୍ଗଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପିନାକି ଚୌଧୁରୀ । ସୋମବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଲକାତାରେ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛିନ୍ତgି।
ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତିନି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ଦେହାନ୍ତ ଖବରରେ ଟଲିଉଡ ଶୋକର ଛାୟା ଖେଳିଯାଇଛି।
ପିନାକି ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଥିଲେ। ପିନାକିଙ୍କ ଚଳଚ୍ଚିତ୍ର କ୍ୟାରିୟର ୩୯ ବର୍ଷ ଥିଲା। ସେ ୧୯୮୩ରେ ସିନେମା ଜଗତରେ ପ୍ରବେଶ କରିଥିଲେ।