ନିଶା ସେବନ ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୁଲିସ

ବେଙ୍ଗାଲୁରୁ: ଗିରଫ ହେଲେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର । ବେଙ୍ଗାଲୁରୁ ପୁଲିସ ତାଙ୍କୁ ଗିରଫ କରିଛି । ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଛି। ଗତକାଲି ବେଙ୍ଗାଲୁଲୁର ଏମଜି ରୋଡ଼ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୁଲିସ ରେଡ୍ କରିଥିଲା। ପୁଲିସ ସିଦ୍ଧାନ୍ତଙ୍କ ସମେତ ୬ ଜଣକକୁ ଆଣି ଅଟକ ରଖିଛି। ସେମାନେ ବ୍ୟବହାର କରିଥିବା ନିଶାକୁ ପରୀକ୍ଷା ପାଇଁ ପୁଲିସ ଲାବରେଟେରୀକୁ ପଠାଇଛି। ତେବେ ସେମାନେ ଆଗରୁ ଏହି ବେଆଇନ ନିଶା ସେବନ କରି ଆସିଥିଲେ ନା ପାର୍ଟିରେ ନିଶା ସେବନ କରିଥିଲେ, ତାକୁ ନେଇ ପୁଲିସ ସନ୍ଦେହରେ ଅଛି।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟରୋ ପକ୍ଷରୁ ଜେରା କରାଯାଥିବା ଅନେକ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରଦ୍ଧା କାପୁର ଥିଲହେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ନିଶା ଔଷଧର ଭୂମିକା ଦିଗରୁ ଚାଲିଥିବା ତଦନ୍ତ ସଂକ୍ରାନ୍ତରେ ତାଙ୍କୁ ପଚରା ଉଚରା କରାଯାଇଛି। ଏହି ଘଟଣାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ତଦନ୍ତକୁ ସାମ୍ନା କରିଥଲେ।

ଫିଲ୍ମ ଛିଛୋରେର ପାର୍ଟି ସୁଶାନ୍ତଙ୍କ ଫାର୍ମ ହାଉସରେ ହୋଇଥିଲା । ଏହି ପାର୍ଟିରେ ଜଣେ ଅଭିନେତ୍ରୀ ଆସିଥିଲେ ଓ ସେଠାରେ ଡ୍ରଗ୍ସ ବି ସେବନ କରିଥିଲେ । ରିୟା ଚକ୍ରବର୍ତୀ ଏହି ମାମଲାରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ନାଁ ଖୁଲାସା କରିଥିଲେ ।

Related Posts