ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ । ଏଥିଯୋଗୁ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଲେ ସ୍ଥାନୀୟ ଅଞ୍ଚଳବାସୀ।
ଆଜି ସକାଳ ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାରେ ବଡ଼ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା।ଏଥିଯୋଗୁ କିଛି ସମୟ ପାଇଁ ଥରିଲା ସମଗ୍ର ଅଞ୍ଚଳ। ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲି ଆସିଥିଲେ। ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା କିଛି ସ୍ପଷ୍ଟ ହୋଇ ପାରିନଥିବାବେଳେ ଏହାକୁ ନେଇ ଲୋକେ ଭୟବିତ ଅବସ୍ଥାରେ ଅଛନ୍ତି।
