ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବିଷ୍ଣୁ ଚରଣ ସାହୁ ।

ଗଞ୍ଜାମର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ଅନୁମତି କ୍ରମେ ଚଢାଉ ହୋଇଛି । ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ।

Related Posts