ଭୁବନେଶ୍ୱର ହାଜତ ମୃତ୍ୟୁ ମାମଲା; ଘଟଣାର ତଦନ୍ତ କରିବେ ଏଚଆରପିସି ଇନ୍ସପେକ୍ଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ବଡ଼ଗଡ଼ ଥାନା ହରଜତ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଏଚଆରପିସିକୁ ଦିଆଯାଇଛି। ତେବେ ଏଚଆରପିସି ଇନ୍ସପେକ୍ଟର ପ୍ରମୋଦ ପଟ୍ଟନାୟକ ଏହାର ତଦନ୍ତ କରିବେ। ଜାତୀୟ ମାନବାଧିକାର କମିସନଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।

ଏକ ଚୋରି ମାମଲାରେ ବଡ଼ଗଡ଼ ଥାନା ହାଜତରେ ଅଟକ ଥିବା ପ୍ରଦୀପ ସାହୁଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ କେମିତି ହେଲା? ଥାନା ହାଜତରେ ନିର‌୍ୟାତନା ଦିଆଯାଇଥିଲା କି? ଯଦି ପୁଲିସ ଧରିବା ସମୟରେ ସାଇକେଲରୁ ପଡ଼ି ଆହତ ହୋଇଥିଲେ ତା’ହେଲେ କାହିଁକି ହସ୍ପିଟାଲ ନିଆ ନ ଯାଇ ଥାନାକୁ ଅଣାଯାଇଥିଲା? ହଠାତ୍ କିଭଳି ଥାନା ଭିତରେ ଅସୁସ୍ଥ ହୋଇ ପଡ଼ିଲେ? ଏହିସବୁ ଘଟଣାର ଟିକିନିଖି ଯାଞ୍ଚ କରାଯିବ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts