ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ସ୍ପଷ୍ଟ ଲେଖା ଅଛି ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି । ତେବେ ରୁଚିକାଙ୍କ ଭିସେରା ପରୀକ୍ଷା ପାଇଁ SFSLକୁ ପଠାଯାଇଛି ।

ସୂଚନା ଥାଉକି, ବିଜେବି କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା ଚରୁଚିକା ମହାନ୍ତିଙ୍କ ମୃତଦେହ । କାରୁବାକି ଛାତ୍ରୀ ହଷ୍ଟେଲ ରୁମ୍‌ରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‌ରେ ପଡିଥିବା ବେଳେ ରୁମ୍‌ କବାଟ ଭିତର ପଟୁ ବନ୍ଦ ରହିଥିଲା । ମୃତ ରୁଚିକା ମହାନ୍ତି ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ ।

ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଏବେ ପୋଷ୍ଟମର୍ଟମରେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ତାଙ୍କ ପକେଟରୁ ମିଳିଥିବା ଚିଠି କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।