ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜାନ୍ତୁ ନାହିଁ: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରୀ ଅଧିକାରୀ ଭୁଲ୍ ତଥ୍ୟ ଦେଇଥିବା ନେଇ ଉଦବେଗ ପ୍ରକାଶ କଲେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ଗୃହରେ ବିବୃତି ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’? ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସୌମ୍ୟଙ୍କ ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ। ସେ କହିଛନ୍ତି, ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି। ସରକାରୀ ଅଧିକାରୀ ମାନେ କାହିଁକି ମିଛ କହୁଛନ୍ତି? ସେହିପରି ଜଳ ସଂରକ୍ଷଣ ନେଇ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମହାନଦୀକୁ ନେଇ ଆମେ ଛତିଶଗଡ଼ ନାଁରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀଗୁଡ଼ିକର ଜଳକୁ ସଂରକ୍ଷଣ କରାଯାଉ ନାହିଁ।

କୁଆଖିଆ ନଦୀର ପାଣିକୁ ରୋକା ଯାଉ ନାହିଁ। ପାଣି ସମୁଦ୍ରକୁ ପଳାଉଛି। ତେଣୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ। ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରାଯାଇଛି? ଜଳ ସଂରକ୍ଷଣ ହେଲେ ରାଜଧାନୀର ତାପମାତ୍ରା କମିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts