ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତି: ଆଗରେ ବିଜେଡ଼ି, ପଛରେ ବିଜେପି

ଭୁବନେଶ୍ୱର: ରାଜ୍ୟ ରେ ଆଜି ଚାଲିଛି ପୌର ନିର୍ବାଚନ ଲାଗି ଭୋଟ ଗଣତି । ସକାଳ 8 ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ କିଛି ତ୍ରୁଟି ପାଇଁ ଭୁବନେଶ୍ୱରରେ 2 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ଗଣତି । ତେବେ ସବୁଠି ବିଜେଡ଼ିରେ ଲିଡ୍ ରେ ଚାଲୁଛି ।

ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ୩୫୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୨୧୪୩ ଖଣ୍ଡ ଭୋଟ ପାଇଛନ୍ତି । ଆଉ ବାକି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୫୬ ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି କଟକ ମହାନଗର ନିଗମରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂହ ୮୨୯୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୭୮୫୦ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୩୪୯୪ ଖଣ୍ଡ ଭୋଟ ପାଇଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମ ଲାଗି ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୭୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୪୧୬୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ୧୭୧୯ ଖଣ୍ଡ ଭୋଟ ପାଇଛନ୍ତି ।

Related Posts