କଟକ ଜଗତପୁର ଖଇରା ନିକଟରେ ବଡ଼ ଦୁର୍ଘଟଣା: ଫଳ ଦୋକାନ ଭିତରକୁ ପସି ଗଲା ଟ୍ରକ୍, ୮ ଗୁରୁତର

କଟକ : କଟକ ଜଗତପୁର ଖଇରା ନିକଟରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । ଫଳରେ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ପଟରୁ ଆସୁଥିବା ଏକ ଟ୍ରକ ଫଳ ଦୋକାନ ଭିତରକୁ ପସି ଯାଇଥିଲା । ସନ୍ଧ୍ୟା ସମୟରେ ଫଳ ଦୋକାନରେ ଭିଡ ଲାଗିଥିଲା । ଟ୍ରକ ତଳେ କାର ମଟର ସାଇକେଲ ଚାପି ହୋଇ ରହିଛି । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

ସେପଟେ ଏହି ଦୁର୍ଘଟଣା କୁ ନେଇ ରାସ୍ତା ଘାଟ ଜାମ ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Related Posts