ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରଥମରୁ ନିର୍ବାଚନ ଜିତିବା ସ୍ଥିତିର ସଂକେତ। କୋଲକାତାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଟିଏମସି ବିଜୟ ଆଡକୁ ଅଗ୍ରସର ହେଉଛି। ସେ ଏହା ବି କହିଛନ୍ତି ଯେ ତାଙ୍କର କୌଣସି ପଦପଦବୀ ପାଇଁ ଆକାଙକ୍ଷା ନାହିଁ, ତେବେ କେନ୍ଦ୍ରରେ ବିଜେପି ସରକାରର ଅନ୍ତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ଲୋକଙ୍କ ଭାବନାକୁ ବୁଝି ଆଜିର ଭୋଟିଂ ଆଧାରକୁ ନେଇ ଟିଏମସି ପ୍ରଥମରୁ ବିଜୟ ପଥରେ ଅଗ୍ରସର ହେଉଛି ବୋଲି କହିଛନ୍ତି । ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୨୯୪ ଆସନ ମଧ୍ୟରୁ ୧୫୨ଟି ଆସନ ନିମନ୍ତେ ଭୋଟ ଗ୍ରହଣ ହୋଇଛି। ପରବର୍ତ୍ତି ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ଆରମ୍ଭ ଦୁଇ ଘଣ୍ଟାରେ ୧୮.୭୬% ଭୋଟିଂ ହୋଇଥିଲା। ପୂ୍ର୍ବାହ୍ନ ୯ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ଦାନରେ ୩.୬୦ କୋଟି ଭୋଟରଙ୍କ ମଧ୍ୟରୁ ୧୮.୭୬%ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ବାଙ୍କୁରା ବିଧାନସଭା ଆସନରେ ପ୍ରାରମ୍ଭିକ ୨ ଘଣ୍ଟାରେ ସର୍ବାଧିକ ୨୨.୦୫% ଭୋଟ ଗ୍ରହଣ ହୋଇଥିଲା।
