ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଣ୍ଡଳ ଦମ୍ପତିଙ୍କୁ ସସ୍ପେଣ୍ଡ ପରେ ବଡ଼ ମିଟିଂ। ତେବେ ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ, ବରି ବିଧାୟକ ବିଶ୍ୱ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ। ତେବେ ଏହେ କୌଣସି ମେଳି ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ନେତାଏ । ସେପଟେ ବରି ବିଧାୟକ ବିଶ୍ୱ ମଲ୍ଲିକ ସ୍ପଷ୍ଟ କରି କହିଛନ୍ତି ଯେ, ବିଧାନସଭା ଚାଲି ଥିବାରୁ ସବୁ ଯାଜପୁର ନେତା ଏକାଠି ବସି ପାରୁନଥିଲେ । ପ୍ରତି ମାସରେ ଏପରି ବୈଠକ ବସେ । ସଂଗଠନ ନେଇ ଆଲୋଚନା ହେଲା । ଯାଜପୁରରେ ବିଜେଡି ମଜବୁତ ଅଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତା ନିଲମ୍ବନ ହେଉଛନ୍ତି ।
