ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ, କେରଳ ଓ ପୁଡ଼ୁଚେରୀରେ ମତଦାନ ଆରମ୍ଭ । ତେବେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି। ଆସାମ ଏବଂ ପୁଡୁଚେରୀରେ ଏନଡିଏ ସରକାର ଥିବା ଦଳ ପୁଣିଥରେ ନିଜ ଗଡ଼ ବଞ୍ଚାଇବାରେ ସକ୍ଷମ ହେବ ନାଁ ଇଣ୍ଡିଆ ମେଣ୍ଟ ଏଠାରେ ପ୍ରତ୍ୟାବର୍ତ୍ତନ କରିବ, ଏହି ନିର୍ବାଚନ ତା’ର ଏକ ପରୀକ୍ଷା ହେବ। ସେପଟେ ଆସାମରେ, ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ(NDA) ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ଏନଡିଏରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଯେପରିକି ଆସାମ ଗଣ ପରିଷଦ (AGP) ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସାମିଲ ଅଛନ୍ତି। ସେମିତି ବିରୋଧୀ ମେଣ୍ଟରେ କଂଗ୍ରେସ ସହିତ ଏଆଇୟୁଡିଏଫ୍( AIUDF) ଏବଂ ରାଇଜୋର(Raijor Dal) ଭଳି ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛନ୍ତି।ସେହିପରି କେରଳ କଥା ଯଦି ଦେଖିବା ଏଠାରେ ଦ୍ୱାପାକ୍ଷିକ ଲଢ଼େଇ ହେବ। ସିପିଆଇ(ଏମ୍) ନେତୃତ୍ୱାଧୀନ ରୁଲିଂ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ଏଠାରେ ସିଧାସଳଖ ଫାଇଟ୍ ହେବ। କେରଳରେ ବିଜେପି ନେତୃତ୍ୱାଧୀନ ଏନଡିଏର ଛୋଟ ସେତେ ବଡ ନୁହେଁ। ତେଣୁ ଦଳ ଏଠାରେ ଏହାର କ୍ଷମତା ବିସ୍ତାର କରିବାକୁ ଚେଷ୍ଟା କରିବ।