ବ୍ୟାପମ୍ ପରେ ମଧ୍ୟପ୍ରଦେଶ ମେଡିକାଲ ପରୀକ୍ଷାରେ ବଡ ଧରଣର ଘୋଟାଲା ! ପରୀକ୍ଷା ନଦେଇ ଅନେକ ଛାତ୍ରଛାତ୍ରୀ ପାସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୨୦୧୩ ବ୍ୟାପମ୍ ଘୋଟାଲା ପରେ ମାଧ୍ୟପ୍ରଦେଶରେ ଆଉ ଏକ ବଡ଼ ଘୋଟାଲା !  ମଧ୍ୟପ୍ରଦେଶର ସର୍ବୋଚ୍ଚ ରାଷ୍ଟ୍ରାୟତ୍ତ ମେଡିକାଲ୍ ୟୁନିଭରସିଟି ଅଧୀନରେ ଆସୁଥିବା ପ୍ରାୟ ୩୦୦ କଲେଜର ମାର୍କସିଟ୍ ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସରକାରଙ୍କ ଦ୍ବାରା ଗଠନ ହୋଇଥିବା ଏକ କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମଧ୍ୟପ୍ରଦେଶ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଯାହାକି ମେଡିକାଲ ସାଇନ୍ସ ୟୁନିଭରସିଟି ଭାବରେ ଜଣାଶୁଣା ଏଠାରେ ମେଡିସିନ୍, ଡେଣ୍ଟାଲ , ନର୍ସିଂ, ପାରାମେଡିସିନ୍, ଆୟୁର୍ବେଦ, ହୋମିଓପାଥିକ୍, ୟୁନାନି ଏବଂ ଯୋଗ ଶିକ୍ଷା ଦିଆଯାଏ। ଏହା ଅଧୀନରେ ପ୍ରାୟ ୩୦୦ କଲେଜ ଥିବାବେଳେ ବାର୍ଷିକ ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ଏଠାରେ ପାଠପଢିଥାନ୍ତି। 

 କିନ୍ତୁ ଗତ ବର୍ଷ ସୂଚନା ଅଧିକାର (ଆରଟିଆଇ) କାର୍ଯ୍ୟକର୍ତ୍ତା ଅଖିଳେଶ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ଆରଟିଆଇ ପ୍ରଶ୍ନର ଉତ୍ତରରୁ ଏକ ବଡ ଧରଣର ଘୋଟାଲାର ସୁରାକ ମିଳିଛି। ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ପରୀକ୍ଷା ଦେଇନଥିବା କେତେକ ଛାତ୍ରଛାତ୍ରୀଙ୍କୁ ପାସ୍ କରିଥିବା ଘୋଷଣା କରାଯିବା ପରେ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ ମେ ମାସରେ ଏହାର ଯାଞ୍ଚ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ତଦନ୍ତକାରୀ ଟିମ୍ ମଧ୍ୟରେ ତିନିଜଣ ବିଶ୍ୱବିଦ୍ୟାଳୟର ଅଧିକାରୀ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କ ଏକ ଟିମ୍ ଏହି ଘଟଣାର ତଦନ୍ତ କରି ଗତ ମାସରେ ରିପୋର୍ଟ ଦାଖଲ କରିଥିଲେ।

 NDTV ଦ୍ବାରା ଆକ୍ସେସ୍ ହୋଇଥିବା ଏହାର ଏକ ରିପୋର୍ଟରେ କୁହାଯାଇଛି ଯେ ମାର୍କ ସିଟ୍ ତିଆରି କରିବା ଦାୟିତ୍ବରେ ଥିବା ବେସରକାରୀ କମ୍ପାନୀ ବିଶ୍ୱବିଦ୍ୟାଳୟର ମାର୍କସିଟ୍ ଟାମ୍ପରିଂ ସମ୍ଭାବନା ବଢାଇ ଦେଇଛି। ଅନୁସନ୍ଧାନ ଅନୁଯାୟୀ, ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଆନ୍ସର ସିଟ୍ ଯାଞ୍ଚ ଏବଂ ପୁନଃ ମୂଲ୍ୟାଙ୍କନ ଏବଂ ମାର୍କ ସିଟ୍ ପ୍ରଦାନ ସବୁଥିରେ ବଡ ଧରଣର ଅନିୟମିତତା ହୋଇଥିବା ଜଣାପଡ଼ିଛି।  ରିପୋର୍ଟରେ ଏହା ମଧ୍ୟ ଜଣାପଡିଛି ଯେ ଯଦିଓ “କମ୍ପାନୀର ସର୍ଭର ବିଶ୍ୱବିଦ୍ୟାଳୟର ଗୋପନୀୟ କୋଠରୀରେ ଅଛି କିନ୍ତୁ ତଦନ୍ତ କରୁଥିବା ଅଧିକାରୀମାନେ ଏହି ରିପୋର୍ଟ ମାଗିଥିଲେ ମଧ୍ୟ ଡାଟାବେସ୍ ଦିଆଯାଇ ନଥିଲା। 

 ମାର୍କ ସିଟ୍ ଗୁଡିକର ଡାଟା ଇମେଲ ମାଧ୍ୟମରେ ପିଡିଏଫ୍ ଏବଂ ଏକ୍ସେଲ ଫାଇଲରେ କଟ-ପେଷ୍ଟ କରାଯାଇଥିଲା, ଯାହାକି ଡାଟା ଲିକ୍ କରିବାରେ ସାହାଯ୍ୟ କରିଥିଲା ବୋଲି ଏଥିରେ କୁହାଯାଇଛି। ସେହିପରି ପରୀକ୍ଷାରେ ସ୍କୋର ଦେବାରେ ମଧ୍ୟ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଅନୁସନ୍ଧାନ କମିଟି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, ଜଣେ କିରାଣୀ ଏବଂ ଜଣେ ଅଜ୍ଞାତ ଚୁକ୍ତିଭିତ୍ତିକ କର୍ମଚାରୀ ପ୍ରକାଶ ପାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମାର୍କ ବଦଳାଇ ଦିଆଯାଇଥିଲା। ଯାହାକି ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନାର ବିଶ୍ୱସନୀୟତା ଉପରେ ସାଙ୍ଘାତିକ ପ୍ରଶ୍ନ ଉଠାଇଛି। 

ଅଖିଳେଶ ତ୍ରିପାଠୀ ଏନଡିଟିଭିକୁ କହିଛନ୍ତି, “ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ କମ୍ପାନୀ ବିରୋଧରେ କୌଣସି ଏଫଆଇଆର କରାଯାଇ ନଥିଲା। କେବଳ ଏହାର ଚୁକ୍ତି ବାତିଲ କରାଯାଇଥିଲା। କମ୍ପାନୀ ଏପରିକି ତଥ୍ୟ ମଧ୍ୟ ଦେଇନାହିଁ । ଅନୁସନ୍ଧାନ ସମ୍ପର୍କରେ ଏନଡିଟିଭିର ପ୍ରଶ୍ନର ଉତ୍ତରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ପ୍ରଭାତ ବୁଦ୍ଧୁଲିଆ କହିଛନ୍ତି ଯେ କମ୍ପାନୀ ଏବେ କୋର୍ଟକୁ ଯାଇଛି ଏବଂ ଆମେ ମଧ୍ଯ ଜଣେ ଓକିଲ ନିଯୁକ୍ତ କରିଛୁ। ବର୍ତ୍ତମାନ କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ମାଇଣ୍ଡଲୋଗିକ୍ସ ଇନଫ୍ରାଟେକ୍ ନାମକ ଏକ ଘରୋଇ ସଂସ୍ଥା ଯାହାକି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବେସରକାରୀ ତଥା ସରକାରୀ ମେଡିକାଲ୍ କଲେଜଗୁଡିକରେ ପ୍ରଶ୍ନପତ୍ର ବିତରଣ କରିବା ଏବଂ ଫଳାଫଳ ପ୍ରସ୍ତୁତ କରିବା କାର୍ଯ୍ୟକୁ ଆଉଟସୋର୍ସ କରାଯାଇଥିଲା। ତେବେ ଉକ୍ତ କମ୍ପାନୀ କିନ୍ତୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କର ପରୀକ୍ଷା କାର୍ଯ୍ୟ ପରିଚାଳନା ପାଇଁ ଚୁକ୍ତିନାମା ଜୁଲାଇ ୨୦୧୮ ରେ ଆମକୁ ଦିଆଯାଇଥିଲା ଏବଂ ଆମେ ଏହି ପ୍ରୋଜେକ୍ଟକୁ ଯତ୍ନ ସହକାରେ କରିଛୁ ଏବଂ ଏକାଧିକ ପ୍ରଶଂସା ପ୍ରମାଣପତ୍ର ମଧ୍ୟ ପାଇଛୁ।

“ତଥାପି, ଗତ କିଛି ମାସ ମଧ୍ୟରେ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଅଭିଯୋଗ କରାଯାଇଥିଲା। ପରୀକ୍ଷାର ପବିତ୍ରତାକୁ ସାମ୍ନା କରିବାକୁ ଉକ୍ତ ଅଧିକାରୀଙ୍କ ଦ୍ବାରା ଆମ ପ୍ରୋଜେକ୍ଟ ଟିମ୍ ଉପରେ ବହୁତ ଚାପ ପଡିଥିଲା। ଆମେ କିନ୍ତୁ ଏଭଳି କରିବାକୁ ମନା କରିଥିଲୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଉକ୍ତ ଅଧିକାରୀ ତାଙ୍କ ପଦର ଅପବ୍ୟବହାର କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ଆଦର୍ଶର କୌଣସି ପ୍ରକ୍ରିୟା ଅନୁସରଣ ନକରି ଏବଂ କୌଣସି ସରକାରୀ ଅର୍ଡର ବିନା ଆମର ଚୁକ୍ତିନାମାକୁ ବନ୍ଦ କରିଦେଇଥିଲେ । ଏବଂ ଜୁଲାଇ 21 ତାରିଖ ଦିନ  ବ୍ଲାକ୍ ଲିଷ୍ଟ କରି ଦିଆଯାଇଥିଲା। ମଧ୍ୟପ୍ରଦେଶର ମାନ୍ୟବର ହାଇକୋର୍ଟଙ୍କ ସମ୍ମୁଖରେ ଯାହା ଜୁଲାଇ 29 ରେ ଆମ କମ୍ପାନୀର ବ୍ଲାକ୍ ଲିଷ୍ଟ ଉପରେ ରୋକ ଲଗାଯାଇଥିଲା ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 21 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କମ୍ପାନୀ କହିଛି ଯେ “ଆମେ ଆଶା କରୁଛୁ ଯେ ମାନ୍ୟବର ହାଇକୋର୍ଟ ଆମର ଅଭିଯୋଗ ଆଧାରରେ ନିଷ୍ପତ୍ତି ନେବେ ଏବଂ ନ୍ୟାୟ ପ୍ରଦାନ କରିବେ। ଏହି ତଦନ୍ତ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି, “ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି। ପରୀକ୍ଷା ପ୍ରକ୍ରିୟାରେ କୌଣସି ଅସଙ୍ଗତି ନହେବାକୁ ପଡିବ। ଯେଉଁମାନେ ଦୋଷୀ ସେମାନଙ୍କୁ କଦାପି ରକ୍ଷା କରାଯିବ ନାହିଁ।

Related Posts