ଶାହ କହିଲେ କାହିଁକି ହେଲାନି ବିଜେପି-ବିଜେଡି ମେଣ୍ଟ?

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ):  ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଭାଷା, ସଂସ୍କୃତି ଓ ‌ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବାକୁ ଦୃଢ଼ ମତ ଦେଲେ। ଏହା ଆମ କାର୍ଯ୍ୟକର୍ତ୍ତା ଓ ଓଡ଼ିଶାର ଜନତାଙ୍କ ଇଚ୍ଛା ଥିଲା। ସେହି ଅନୁଯାୟୀ ଆମେ ଆଗକୁ ବଢ଼ିଲୁ। ଓଡ଼ିଶାର ଜନତା ମୋଦୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ଦାୟିତ୍ବ ଆମକୁ ଦିଅନ୍ତୁ।

ପ୍ରଶ୍ନକର୍ତ୍ତା ପଚାରଥିଲେ, ଓଡ଼ିଶାର ଭୋଟର୍‌ ଦ୍ବନ୍ଦ୍ବରେ ଅଛନ୍ତି ଯେ ବିଜେଡି ଓ ବିଜେପି ପରସ୍ପର ଭିତରେ ଲଢ଼ୁଛନ୍ତି ନା ସାଥୀ ହୋଇ ଅଛନ୍ତି ? ଉତ୍ତରରେ ଶ୍ରୀ ଶାହ କହିଥିଲେ, ଏଥିରେ ଦ୍ବନ୍ଦ୍ବ ଆସିଲା କେଉଁଠୁ? ଆମେ ବିଜେଡି ଓ ନବୀନ ବାବୁଙ୍କ ବିରୋଧରେ ସାମ୍ନାସାମ୍ନି ନିର୍ବାଚନ ଲଢ଼ୁଛୁ। ସେ ବି ଆମ ବିରୋଧରେ ଲଢ଼ୁଛନ୍ତି। ଏଥିରେ ଆଗ, ପଛ କିଛି ନାହିଁ।

Related Posts