ମାଲକାନଗିରି ପୋଲିସକୁ ବଡ ସଫଳତା, ଛତିଶଗଡ଼ ସୀମାନ୍ତରୁ ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତରୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ମାଓବାଦୀଙ୍କ ଦ୍ବାରା ଗଚ୍ଛିତ ବିସ୍ଫୋରକ ଜବତ କରିଛି ପୋଲିସ । ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି ।କତ୍ୱାପଦର୍ ଗ୍ରାମ ନିକଟରେ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ବିସ୍ପୋରକ ଖଞ୍ଜା ଯାଇଥିବା ପୋଲିସ ସନ୍ଦେହ କରୁଛି । ଜବତ ସାମଗ୍ରୀ ମଧ୍ୟରେ ୬ଟି ଆଇଇଡି, ବିଦ୍ୟୁତ୍ ତାର ସମେତ ଲାପଟପନ, ୨ଟି ଦେଶୀ ବନ୍ଧୁକ ଓ ଡ୍ରେସ୍ ମଧ୍ୟ ଜବତ ହୋଇଛି । ଆଜି ସକାଳୁ ମାଓ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସଡିପିଓ ସୂଚନା ଦେଇଛନ୍ତି ଏହାପରେ କୁମ୍ବିଂ ଅବରେସନକୁ ଜୋରଦାର କରାଯାଇଛି ।

Related Posts