୫ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ସଂଯୋଜକ; ଦେବାଶିଷଙ୍କୁ ଭଦ୍ରକ, ସୁଭାଶିଷଙ୍କୁ ପୁରୀ ଦାୟିତ୍ୱ

ଭୁବନେଶ୍ୱର, ୭/୪(ସତ୍ୟପାଠ ବ୍ୟୁରୋ): ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି । ୫ ସଂସଦୀୟ କ୍ଷେତ୍ର ମଧ୍ୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁ, ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

Related Posts