କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ଉଡିଲା ବିଜେଡି ବାନା, 21ରୁ ବିଜେଡି ୧୧ କଂଗ୍ରେସ ୫ଟି ଆସନରେ ବିଜୟୀ

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଲାଗି ଭୋଟ ଗଣତି । ତେବେ ସବୁ ଠୀ ବିଜେଡ଼ି ଆଗରେ ରହିଛି । ସେପଟେ କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ବିଜେଡି ବିଜୟ ବାନା ଉଡାଇଛି । ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡି ୧୧ଟି ଆସନରେ ବିଜୟୀ ହାସଲ କରିଥିବା ବେଳେ, କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେଟି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ତେବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୱାର୍ଡ ୧ରେ ବିଜେଡି ର ପୁଷ୍ପାଲତା ବେହେରା , ୱାର୍ଡ ୨ରେ ସ୍ୱାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର , ୱାର୍ଡ ୩ରେ କଂଗ୍ରେସ ପ୍ରାର୍ଥୀ ତୁଳସୀ ହେମ୍ରମ , ୱାର୍ଡ ୪ରେ -ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ , ୱାର୍ଡ ୫ରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ , ୱାର୍ଡ ୬ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଜେନା , ୱାର୍ଡ ୭ରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି, ୱାର୍ଡ ୮ରେ ବିଜେଡି ସ୍ମୃତିପ୍ରଜ୍ଞା ଶତପଥୀ , ୱାର୍ଡ ୯ରେ ବିଜେଡି ପ୍ରାର୍ଥୀ ଅଭୟ ବେହେରା , ୱାର୍ଡ ୧୦ରେ ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ , ୱାର୍ଡ ୧୧ରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳି ବସ୍ତିଆ , ୱାର୍ଡ ୧୨ରେ କଂଗ୍ରେସ ପ୍ରାର୍ଥୀ ରିହାନା ଖାତୁନ୍, ୱାର୍ଡ ୧୩ରେ ସ୍ୱାଧୀନ ପ୍ରାର୍ଥୀ ଏସ କେ ଆସଲମ, ୱାର୍ଡ ୧୪ରେ ବିଜେଡି ପ୍ରାର୍ଥୀ ଆକବରୀ ଖାତୁନ , ୱାର୍ଡ ୧୫ରେ ବିଜେଡି ପ୍ରାର୍ଥୀ ହବିବା ବେଗମ , ୱାର୍ଡ ୧୬ରେ କଂଗ୍ରେସ ଫରଜାନା ଖାତୁନ, ୱାର୍ଡ ୧୭ରେ ବିଜେଡି ପ୍ରାର୍ଥୀ ଉମେଶ ଚନ୍ଦ୍ର ନାୟକ , ୱାର୍ଡ ୧୮ରେ ବିଜେଡି ପ୍ରାର୍ଥୀ ଚୌଧୁରୀ ସୁକୁମାର ଦାସ, ୱାର୍ଡ ୧୯ରେ କଂଗ୍ରେସ ପ୍ରାର୍ଥୀ ରମେଶ ଦାସ, ୱାର୍ଡ ୨୦ରେ ବିଜେପି ଅସୀମା ନାୟକ, ୱାର୍ଡ ୨୧ରେ ବିଜେଡି ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା ରହିଛନ୍ତି ।

Related Posts