ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟି ଛାଡି ବିଜେପିରେ ମିଶିବା ପରଠାରୁ ରାଘବ ଚଢ଼ାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ ସଭା ପିଟିସନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। କମିଟିର ପୁନର୍ଗଠନ ପରେ, ଏହି ପ୍ୟାନେଲରେ କାର୍ଯ୍ୟ କରିବା ପାଇଁ ଗୃହର 10 ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି।

ରାଜ୍ୟ ସଭା ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଘବ ଚଢାଙ୍କୁ ପିଟିସନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସଭାର ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ, ଏହି ପ୍ୟାନେଲର ପୁନର୍ଗଠନ ପରେ ଗୃହର 10 ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି, ଯାହା 20 ମଇରୁ କାର୍ଯ୍ୟକାରୀ ହେବ।

ସେପଟେ ରାଘବ ଚଢା ପୂର୍ୱରୁ ଆମ ଆଦମୀ ପାର୍ଟିର ଜଣେ ପ୍ରମୁଖ ନେତା ଥିଲେ। କିନ୍ତୁ ମାସେ ପୂର୍ୱରୁ ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପିଙ୍କ ସହିତ ଦଳକୁ ବିଦାୟ ଦେଇଥିଲେ। ସମସ୍ତ ସାତ ଜଣ ଏମପି ଏପ୍ରିଲ ୨୭ ତାରିଖରେ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ପୂର୍ୱରୁ ରାଜ୍ୟ ସଭାରେ ୧୦ଟି ଆସନ ଥିବା ଆପ ପାଖରେ ଏବେ କେବଳ ୩ ଜଣ ଏମପି ଅଛନ୍ତି।