ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ହାରିଗଲେ ବିଜେପି ସମର୍ଥତ୍ତ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା । ତେବେ ବିଜୟ ପାଇଁ ୪୧ ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ବିଜେପିରୁ ୨୭ ଓ ଆରଏଲପିରୁ ୩ ଭୋଟ ମିଳିଥିଲା । ତାଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀ ଏହି ଆସନରୁ ବିଜୟୀ ହୋଇଛନ୍ତି । ଅନ୍ୟ ୩ ଆସନରୁ କଂଗ୍ରେସର ମୁକୁଲ ୱାସନିକ , ରଣଦୀପ ସୁର୍ଜେୱାଲା ଏବଂ ବିଜେପିରୁ ଘନଶ୍ୟାମ ତିୱାରୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।
ସେପଟେ ରାଜସ୍ଥାନ ବିଧାନସଭା ବିଜେପିର ୭୧ ଭୋଟ ଥିବାବେଳେ ଦଳୀୟ ପ୍ରାର୍ଥୀ ଘନଶ୍ୟାମ ତିୱାରୀଙ୍କୁ ଅଧିକ ଦୁଇଟି ଭୋଟ ମିଳିଥିଲା । ଏବଂ ବିଧାୟିକା ଶୋଭାରାଣୀ କୁଶୱାହା କ୍ରସ ଭୋଟିଂ କରିଥିଲେ । ଫଳରେ ଚନ୍ଦ୍ରାଙ୍କୁ ମିଳିବାକୁ ଥିବା ଭୋଟ ଭାଗ ହ୍ରାସ ପାଇଥିଲା । ଅନ୍ୟପଟେ ଅନ୍ୟ ଦଳର ବିଧାୟକଙ୍କ କ୍ରସ ଭୋଟିଂ ବଳରେ ସେ ବିଜୟୀ ହେବେ ବୋଲି ୩ ଦିନ ପୂର୍ବରୁ ଚନ୍ଦ୍ରା କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
