ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି; ଜାଣନ୍ତୁ କାହା ପାଇଁ କ’ଣ ରହିଛି?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଆଜି ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ମୋଦି କୀ ଗ୍ୟାରେଣ୍ଟି ୨୦୨୪’ ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ ହେଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆକାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି ଯେ, ସମଗ୍ର ଦେଶ ବିଜେପିର ଇସ୍ତାହାରକୁ ଅପେକ୍ଷା କରିଥିଲେ। ଏହା ପଛରେ ଏକ ବଡ କାରଣ ହେଉଛି ଗତ ୧୦ ବର୍ଷ ମଧ୍ୟରେ ବିଜେପି ନିଜର ଇସ୍ତାହାରର ପ୍ରତ୍ୟେକ ବିନ୍ଦୁକୁ ଏକ ଗ୍ୟାରେଣ୍ଟି ଭାବରେ କାର୍ଯ୍ୟକାରୀ କରିଛି। ଏହି ‘ସଙ୍କଳ୍ପ ପତ୍ର’ରେ ବିକଶିତ ଭାରତର ସମସ୍ତ ୪ଟି ଦୃଢ଼ ସ୍ତମ୍ଭ – ଯୁବବର୍ଗ, ନାରୀ, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଜେପିର ଇସ୍ତାହାରରେ ରହିଛି ଏସବୁ:

  • ରୋଜଗାର ଗ୍ୟାରେଣ୍ଟି
  • ୨୦୩୬ ରେ ଅଲିମ୍ପିକ୍ସ ଆୟୋଜନ
  • ୩ କୋଟି ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ
  • ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ପ୍ରତିଜ୍ଞା କୃଷି ଭିତ୍ତିଭୂମି ବିକାଶ
  • ମତ୍ସ୍ୟଜୀବୀଙ୍କ ପାଇଁ ଯୋଜନା
  • ଇ-ଶ୍ରମ ମାଧ୍ୟମରେ କଲ୍ୟାଣ ଯୋଜନା
  • ଯୋଗର ସରକାରୀ ପ୍ରମାଣପତ୍ର ପ୍ରଦାନ
  • ୨୦୨୫ ଆଦିବାସୀ ଗର୍ବ ବର୍ଷ
  • ପ୍ରତ୍ୟେକ କ୍ଷେତ୍ରରେ ଓବିସି, ଏସସି ଏବଂ ଏସଟିଙ୍କ ପାଇଁ ସମ୍ମାନ
  • ବିଶ୍ୱ ଉତ୍ପାଦନ ହବ୍ ସୃଷ୍ଟି ପାଇଁ ପ୍ରସ୍ତୁତି
  • ସାରା ବିଶ୍ୱରେ ରାମାୟଣ ପର୍ବ ପାଳନ କରାଯିବ
  • ଅଯୋଧ୍ୟାର ବିକାଶ
  • ଗୋଟିଏ ଦେଶ, ଗୋଟିଏ ନିର୍ବାଚନ
  • ରେଳବାଇରେ ଅପେକ୍ଷା ତାଲିକାର ସମସ୍ୟା ଦୂର କରାଯିବ
  • ଉତ୍ତର ପୂର୍ବ ଭାରତର ବିକାଶ
  • ସେମିକଣ୍ଡକ୍ଟର ଏବଂ ସ୍ପେସ୍ ସେକ୍ଟରରେ ବିକାଶ କରିବା ଲକ୍ଷ୍ୟ
Related Posts