ହାଇକୋର୍ଟ ବେଞ୍ଚ ନେଇ ବିଜେପି ସାଂସଦ ମାନେ କେନ୍ଦ୍ର ନିକଟରେ ଦାବି ରଖନ୍ତୁ: ସସ୍ମିତ ପାତ୍ର

ଭୁବନେଶ୍ୱର,୧୬/୧୨ (ସତ୍ୟପାଠ ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେପିର ପଶ୍ଚିମ ଓଡିଶାର ସଂସଦମାନେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ପ୍ରେସମିଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି। ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏନେଇ ସସ୍ମିତ କହିଛନ୍ତି ଯେ, ବିଜେପି ସାଂସଦ ମାନେ କାହିଁକି କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖୁନାହାନ୍ତି । ରାଜ୍ୟ ସରକାର ସବୁବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ସହଯୋଗ କରିଆସିବ ବୋଲି କହିଆସୁଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଓଡିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ୨୦୧୮ ସେପ୍ଟେମ୍ବର ୫ରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପ୍ରତିବଦ୍ଧତା ଜଣାଇଥିଲେ ଯେ ଯାହା ଆବଶ୍ୟକତା ରହିଛି ତାହା ରାଜ୍ୟ ସରକାର ଯୋଗାଇଦେବେ ।

ତେବେ ଆଶ୍ଚର୍ଯ୍ୟର କଥା ଯେ କାହିଁକି କେନ୍ଦ୍ର ସରକାର ଓଡିଶା ହାଇକୋର୍ଟଙ୍କ ସହ ଆଲୋଚନା କରନାହାନ୍ତି ତାହା ଚିନ୍ତାର ବିଷୟ । କେନ୍ଦ୍ର ସରକାର ଚାହିଁଲେ ହିଁ ପଶ୍ଚିମ ଓଡିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ହୋଇପାରିବ । ତାର ବାଟ ଅଛି ଯେମିତି ଆମ ସମ୍ବିଧାନର ୟୁନିୟନ ଲିଷ୍ଟ ରହିଛି । ଏଥିରେ ଥିବା ଏଣ୍ଟ୍ରି ୭୮ରେ ଲିପିବଦ୍ଧ ରହିଛି କେଉଁଭଳି ଭାବେ କେନ୍ଦ୍ର ସରକାର ଚାହିଁଲେ ସଂସଦ ମାଧ୍ୟମରେ ପଶ୍ଚିମ ଓଡିଶାର ବେଞ୍ଚ ଗଠନ କରିପାରିବ । ଓଡିଶା ହାଇକୋର୍ଟ ସହ ଆଲୋଚନା କରି ଏହା କରାଯାଇପାରିବ ବୋଲି ସସ୍ମିତ କହିଛନ୍ତି।

Related Posts