ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ଶେଷ ସପ୍ତାହରେ ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ମିଶନ ୨୦୨୪ ପାଇଁ ଓଡ଼ିଶା ବିଜେପିର ପ୍ରଶିକ୍ଷଣ ଶିବିର ହେବ। ଏହି ପ୍ରଶିକ୍ଷଣ ଶିବିରରେ ଜେପି ନଡ୍ଡା ଯୋଗଦେବେ।ତେବେ କେଉଁ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିବେ ସେ ନେଇ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ସେପ୍ଟେମ୍ବରରେ ବିଜେପିର ଆଉ ୩ ପ୍ରମୁଖ ନେତା ଓଡ଼ିଶା ଆସିବେ। ସେପ୍ଟେମ୍ବର ତୃତୀୟ ସପ୍ତାହରେ ହେବାକୁ ଥିବା ପ୍ରସ୍ତାବିତ ପ୍ରଶିକ୍ଷଣ ଶିବିରକୁ ସଂଗଠନ ମହାମନ୍ତ୍ରୀ ଆସିବେ । ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ସେ ସୂଚନା ଦେଇଛନ୍ତି।

Related Posts