ବିଜେପି ଶାସିତ ରାଜ୍ୟରେ ବଢିଛି ଦଳିତଙ୍କ ପ୍ରତି ନିର୍ଯାତନା: ଏନସିପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଦଳିତଙ୍କ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି ଏନସିପି । ତେବେ ଦେଶରେ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ସୁରକ୍ଷିତ ନାହାନ୍ତି ବୋଲି ଏନସିପି ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମୁଦାୟଙ୍କ ପାଇଁ ନିଜେ ସୁରକ୍ଷାକୁ ନେଇ ଆଶ୍ୱାସନା ଦିଅନ୍ତୁ ବୋଲି ପାର୍ଟି ଦାବି କରିଛି। ମହାରାଷ୍ଟ୍ରର ନ୍ୟାସନାଲ କଂଗ୍ରେସ ପାର୍ଟିର ପ୍ରବକ୍ତା ମହେଶ ତାପସେ ଉତ୍ତରପ୍ରଦେଶ ମୁଜାପ୍ଫରନଗର ଜିଲ୍ଲାର ଜଣେ ପୂର୍ବତନ ଗାଁ ମୁଖିଆଙ୍କ ଗିରଫ ଘଟଣାକୁ ନେଇ ଏପରି କଥା କହିଛନ୍ତି। ଖବର ଅନୁସାରେ, ଯଦି କେହି ଦଳିତ ସମ୍ପ୍ରଦାୟର କୌଣସି ବ୍ୟକ୍ତି ତାଙ୍କ ଚାଷ ଜମିକୁ ଆସନ୍ତି ତାହେଲେ ସେ ୫ହଜାର ଟଙ୍କା ଜୋରିମାନା ଦେବା ସହିତ ମାଡ଼ ଖାଇବେ ବୋଲି ପୂର୍ବ ଗାଁ ମୁଖିଆ ଘୋଷଣା କରିଥିଲେ ।

ଏନେଇ ପୋଲିସ କହିଛି ମଙ୍ଗଳବାର ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଜଣେ ବ୍ୟକ୍ତି ଗାଁର ଦଳିତମାନଙ୍କ ଘର ସାମ୍ନାରେ ଏହି ଘୋଷଣା କରୁଥିବା ଦେଖାଯାଇଛି । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ତାପସେ କହିଛନ୍ତି ବିଜେପି ଶାସିତ ରାଜ୍ୟରେ ଲୋକମାନେ ସୁରକ୍ଷିତ ନାହାନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଦଳିତମାନଙ୍କ ସୁରକ୍ଷାକୁ ନେଇ ଆଶ୍ୱାସନା ଦେବା ଆବଶ୍ୟକ। ସେ ଅଭିଯୋଗ କରି କହିଛନ୍ତି ବିଜେପି ଇସାରାରେ ଦଳିତମାନଙ୍କୁ ଅଧିକ ନିର୍ୟାତନା ଦିଆଯାଉଛି। ସେ ଆଶ୍ଚର୍ୟ୍ୟର ସହିତ ପ୍ରଶ୍ନ କରିଛନ୍ତି କଣ ଏହା ସବକା ସାଥ୍‌, ସବକା ବିକାସ୍‌ ? ପ୍ରକୃତରେ ଏହି ସ୍ଲେଗାନ ବିଜେପି ୨୦୧୪ ଲୋକସଭା ନିର୍ବାଚନ ସମୟରେ ଦେଇଥିଲା। ଏନସିପିର ପ୍ରବକ୍ତା ଗ୍ରାମ ସଭାଡାକିବା ପାଇଁ ଦାବି କରିବା ସହ ଅନ୍ୟ ଜାତିର ଲୋକମାନଙ୍କୁ ଦଳିତମାନଙ୍କ ପ୍ରତି ଗ୍ରାମ ସଭାରେ ସହନଶୀଳ କରାଯାଇ ପାରିବ ସେ କହିଛନ୍ତି ।

Related Posts