ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଚାକିରି ବିକ୍ରି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଜିର ଦିନରେ ଅନେକ ଶିକ୍ଷିତ ଓଡ଼ିଆ ଯୁବକ ଯୁବତୀ ମାନେ ନିଯୁକ୍ତି ନ ପାଇ ବେକାର ହୋଇ ବସିଛନ୍ତି । ମେଧାବୀ ଛାତ୍ରଛାତ୍ରୀ ମାନେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ ରେ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ଜଣେ ଓଏସଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଠାରୁ ଭିଜିଲାନ୍ସ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ନଗଦ ୨୫ଲକ୍ଷ ଟଙ୍କା, ଦେଢ଼ କିଲୋ ସୁନା, ୪ଟି ଜାଗାରେ ପ୍ଲଟ ଓ ସଂପତ୍ତି ଜବତ କରାଯିବା ସହ ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଇରାସିସ୍ ଆଚାର୍ଯ୍ୟଙ୍କ ନେତୃତ୍ବରେ ସମଗ୍ର ଓଡ଼ିଶାରେ ବିକ୍ଷୋଭ କରୁଛି ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ଯୁବମୋର୍ଚ୍ଚା କୋରେଇ ପକ୍ଷରୁ ଗତକାଲି ରଗଡ଼ି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କଟକ ପ୍ରଭାରୀ ବିକ୍ରମ ବିଶ୍ୱାଳ ଯୋଗଦେଇ ଏହାର ଚେର ୫ଟି, ତୃତୀୟ ମହଲା ତଥା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବାରୁ ଏବଂ ବଡ଼ ବଡ଼ ଲୋକଙ୍କ ହାତ ଥିବା ଅଭିଯୋଗ କରି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ଆଜିକାଲି ମାନସିକ ତଥା ବୌଦ୍ଧିକ ଦକ୍ଷତା ଆଧାରରେ ଚୟନ ନ କରି ଆର୍ଥିକ ମାନ ଦଣ୍ଡ ଅନୁସାରେ ଚାକିରି ଦିଆଯିବା ସହ ବହୁ ମେଧାବୀ ତଥା ଦକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବାର ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି ।

ଗତକାଲିର ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ଜିଲ୍ଲା ସଂଯୋଜକ ସୁଭଞ୍ଜନ ଦାସ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଜିତ୍ ସ୍ୱାଇଁ, ସୀତାକାନ୍ତ କୁଅଁର, ରାକେଶ ଜେନା, ବସନ୍ତ କର, ଗୟାଧର ପରିଡ଼ା, ଯୁବ ସଭାପତି ଗୋଲକ କର, ପ୍ରଫୁଲ୍ଲ ଜେନା, ଗୋପାଳ ସାହୁ, ଅମର ମଲ୍ଲିକ, ପ୍ରଶାନ୍ତ ସାହୁ, ସୁବାସ ମଲ୍ଲିକ, ପ୍ରତୀକ ରାଉତ, ତୋଫାନ ରାଉତ, ନିହାର ସାହୁ, ସୁରେଶ ବେହେରା, ସୁଶାନ୍ତ ଜେନା, ଆଲୋକ ମଲ୍ଲିକ, ପ୍ରହଲ୍ଲାଦ ମହାପାତ୍ର, ରାଜେନ୍ଦ୍ର ଦାସ, ଅର୍ଜୁନ ପଲେଇ, ସତ୍ୟଜିତ ଆଚାର୍ଯ୍ୟ, ଅମରଜ୍ୟୋତି ପଣ୍ଡା, ଅମ୍ଳାନ ଜ୍ୟୋତି ପାଢ଼ୀ, ଅକ୍ଷୟ କର, ସନ୍ତୋଷ ପଣ୍ଡା, ଅସିତ୍ ବଳ, ଅବିନାଶ ନାୟକ, ଆଶୀର୍ବାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts