ରାଜନୀତିରେ ପ୍ରବେଶ କରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ!

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏଥିସହ ସେ ଖୁବଶିଘ୍ର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସୁଥିବା ରିପୋର୍ଟରେ କଙ୍ଗନା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଦାବି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଏହି ଖବର ଗୁଜବ ଏବେ ଚର୍ଚ୍ଚାକୁ ଆସିଛି ।

ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ତେବେ ଅଭିନେତ୍ରୀ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ଭର୍ସା ବଙ୍ଗଳା ଠାରେ ଏକନାଥ ସିନ୍ଦେଙ୍କୁ ଭେଟିପାରନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ମହାରାଷ୍ଟ୍ରରେ ଶକ୍ତି ପରିବର୍ତ୍ତନ ପରେ ସିଏମ୍ ଏକନାଥ ସିନ୍ଦେଙ୍କ ସହ କଙ୍ଗନାଙ୍କର ଏହା ହେଉଛି ପ୍ରଥମ ସାକ୍ଷାତ। କହିବାକୁ ଗଲେ କ୍ଷମତା ପରିବର୍ତ୍ତନ ପୂର୍ବରୁ ଶିବସେନା ଏବଂ କଙ୍ଗନା ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ପରିବର୍ତ୍ତନରେ କଙ୍ଗନା ବହୁତ ଖୁସି ହୋଇଥିଲେ। କେବଳ ଏତିକି ନୁହେଁ, ସେ ଶିବସେନାଙ୍କୁ ଟାର୍ଗେଟ୍‌ କରି ଏକନାଥଙ୍କୁ ଅଭିନ୍ଦନ ଜଣାଇଥିଲେ।

ସୋସିଆଲ ମିଡିଆରେ ଏକନାଥ ସିନ୍ଦେଙ୍କର ଏକ ଫଟେ ସେୟାର କରି ସେ ଲେଖିଛନ୍ତି, କି ଏକ ପ୍ରେରଣାଦାୟକ ସଫଳତାର କାହାଣୀ … ଜୀବିକା ପାଇଁ ଅଟୋ ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ଶକ୍ତିଶାଳୀ ବ୍ୟକ୍ତି ହେବା ପର୍ଯ୍ୟନ୍ତ … ଅଭିନନ୍ଦନ … ହଁ ଆଜ୍ଞା”। ଏହାରି ମଧ୍ୟରେ କଙ୍ଗନା ଏବଂ ଏକନାଥ ସିନ୍ଦେଙ୍କର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି କୁହାଯାଉଛି। ସମସ୍ତଙ୍କ ଆଖି ଏହି ବୈଠକ ଉପରେ ରହିଛି। ତେବେ ଦୁହିଁଙ୍କ ମଧ୍ୟରେ କ’ଣ ହେବ? କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ ଶନିବାର ଅର୍ଥାତ୍‌ ଆଜି ବୈଠକ ପରେ ଜଣାପଡିବ।

ୱାର୍କ ଫ୍ରଣ୍ଟରେ, କଙ୍ଗନା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏମର୍ଜନସି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Related Posts