
ନୂଆଦିଲ୍ଲୀ: ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛି ରୁଷ । ତେବେ ଋଷ ର ଏପରି କାର୍ଯ୍ୟକୁ ନିନ୍ଦା କରିଛି ଆମେରିକା । ଏହାସହ ରୁଷର ୧୦୦୦ରୁ ଅଧିକ ଲୋକ ଏବଂ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି ।
ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଦସ୍ୟଙ୍କ ପରିବାର ସାମିଲ ରହିଛି । ୟୁକ୍ରେନର ଚାରୋଟି କ୍ଷେତ୍ରକୁ ନିଜ ଦେଶରେ ସାମିଲ କରିବା ନେଇ ଘୋଷଣା କରିବା ସହ ଆଲୋଚନା ପାଇଁ ବୈଠକର ଅଫର ଦେଇଛି । କିନ୍ତୁ ମସ୍କୋରେ ସାମିଲ କରାଯାଇଥିବା ଅଂଶକୁ ଛାଡିବ ନାହିଁ ବୋଲି ରୁଷ ଚେତାଇ ଦେଇଛି।
ଆମେରିକାର ବାଣିଜ୍ୟ ବିଭାଗ ନିଜର ସୂଚୀରେ ୫୭ କମ୍ପାନିଙ୍କୁ ସାମିଲ କରିଛି । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ୯୦୦ ଲୋକଙ୍କ ଭିସା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି । ଅର୍ଥମନ୍ତ୍ରୀ ଜେନେଟ ୟେଲେନ କହିଛନ୍ତି, ‘ଆମ ପୁଟିନଙ୍କ ସହ ଠିଆ ହେବୁ ନାହିଁ କାରଣ ସେ ଛଳ କରି ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିବାକୁ ପ୍ରସାୟ କରୁଛି’।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର କିଛି ଅଞ୍ଚଳକୁ ନିଜ ଦେଶରେ ବିଲୟର ଘୋଷଣା କରିଛନ୍ତି । ଏହାସହ ସାତ ମାସ ଧରି ଚାଲିଥିବା ଯୁଦ୍ଧ ଅଧିକ ଭୟଙ୍କର ହେବା ନେଇ ଆଶଙ୍କା ଦେଖାଦେଇଛି ।