କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀରର ପୁରୁଣା ଘରକୁ ସେୟାର କରି ଭାବବିହ୍ୱଳ ହେଲେ ବଲିଉଡ ଅଭିନେତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଶ୍ମୀର ପଣ୍ଡିତମାନଙ୍କୁ ନେଇ ତିଆରି ହୋଇଥିବା ଦ କାଶ୍ମୀର ଫାଇଲ୍ସ ଫିଲ୍ମଟି ସାରା ବିଶ୍ୱରେ ବର୍ତ୍ତାମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହି ଫିଲ୍ମ ଅନେକଳଙ୍କୁ ସାହାସ ଏବଂ ଶିକ୍ଷା ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବଲିଉଡର ଜଣେ ଅଭିନେତ୍ରୀ ସନ୍ଦୀପା ଧର ନିକଟରେ କାଶ୍ମୀର ଫାଇଲ୍ସ ଦେଖିଥିଲେ ଏବଂ କହିଥିଲେ ଯେ ୩୦ ବର୍ଷ ପୂର୍ବେ ତାଙ୍କ ପରିବାର କାଶ୍ମୀରରୁ ବିତାଡିତ ହୋଇଥିଲେ । ସନ୍ଦୀପା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେଉଁ ଦିନ ସେମାନେ ଘୋଷଣା କରିଥିଲେ ଯେ ମହିଳାମାନଙ୍କୁ ଛାଡ଼ି ତମେମାନେ କାଶ୍ମୀର ଛାଡ଼ିକି ପଳାଅ । ସେହିଦିନ ରାତି ସାରା ଏକ ଟ୍ରକ ପଛରେ ରହି ଲୁଚି ରହିଥିଲେ ।

ଏବଂ ବହୁତ କଷ୍ଟରେ ଆମେ ସେଠାରୁ ଖସିବାରେ ସମର୍ଥ ହୋଇଥିଲେ । ସେପଟେ ପୁଣିଥରେ ତାଙ୍କ ପୁରୁଣା ଘରକୁ ଫେରିବା ଅପେକ୍ଷାରେ ତାଙ୍କ ଜେଜେମା’ଙ୍କର ମୃତୁ୍ୟ ଘଟିଛି । ତେଣୁ ମୁଁ ଯେତେବେଳେ କାଶ୍ମୀର ଫାଇଲରେ ସମାନ ବିଚଳିତ ଦୃଶ୍ୟ ଦେଖିଲି, ଏହା ମୋତେ ସ୍ତବ୍ଧ କରିଦେଇଥିଲା । କାହିଁକିନା ମୋ ଜେଜେ ମା’ ପୁଣିଥରେ ତାଙ୍କ ଘରକୁ, ତାଙ୍କ ଜମିକୁ ଫେରିପାଇବା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିଥିଲେ । ଏବଂ ଶେଷରେ ତାଙ୍କର ମୃତୁ୍ୟ ଘଟିଛି ବୋଲି ବଲିଉଡ ଅଭିନେତ୍ରୀ ସନ୍ଦୀପା ଧର କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts