ଡାକ୍ତରଖାନାରୁ ଡିସଚାର୍ଜ ହେଲେ ବଲିଉଡ୍‌ ଗାୟକ ଜୁବିନ୍ ନୋଟିଆୱାଲା

ମୁମ୍ଵାଇ : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୋଟିଆୱାଲା। ଗୁରୁବାର ତାଙ୍କ ଘରର ସିଢିରୁ ତଳକୁ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ କହୁଣି ଭାଙ୍ଗି ଯାଇଥିଲା ଏବଂ ପଞ୍ଜରାରେ ଆଘାତ ଲାଗିଥିଲା। ଏହା ବ୍ୟତୀତ ଗାୟକଙ୍କ ମୁଣ୍ଡ ଏବଂ କପାଳରେ ମଧ୍ୟ ଆଘାତ ଲାଗିଛି। ଏହି ଦୁର୍ଘଟଣା ପରେ ତାଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ, ଜୁବିନଙ୍କ ଡାହାଣ ହାତକୁ ଅପରେସନ୍ କରାଯାଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ଏବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ନିଜେ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ଦେଇଛନ୍ତି।

ଜୁବିନ୍ ଇନଷ୍ଟାଗ୍ରାମରେ ଡାକ୍ତରଖାନାର ଏକ ଚିତ୍ର ସେୟାର କରିଛନ୍ତି। ଏଥିରେ ସେ ହସ୍ପିଟାଲ ବେଡ ଉପରେ ବସିଥିବାର ନଜର ଆସିଛନ୍ତି। ଫଟୋରେ ଏହା ଦେଖିବାକୁ ମିଳେ ଯେ ସେ ଖାଦ୍ୟ ଖାଉଛନ୍ତି। ଫଟୋ ସେୟାର କରି କହିଛନ୍ତି କି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ଏହା ବ୍ୟତୀତ ଲେଖିଛନ୍ତି ‘ତୁମର ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଭଗବାନ ମୋତେ ଏହି ଗୁରୁତର ଦୁର୍ଘଟଣାରେ ସେ ମୋତେ ଉଦ୍ଧାର କରିଛନ୍ତି। ମୋତେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ମୁଁ ଏବେ ସୁସ୍ଥ ଅଛି। ତୁମର ଅପାର ପ୍ରେମ ଏବଂ ପ୍ରାର୍ଥନା ପାଇଁ ହୃଦୟରୁ ଧନ୍ୟବାଦ ।

ଜୁବିନ୍‌ଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ ବକ୍ସରେ ତାଙ୍କ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଫ୍ୟାନ୍ସଙ୍କ ବ୍ୟତୀତ ଅନେକ ସେଲିବ୍ରେଟ୍‌ମାନେ ବି ତାଙ୍କ ଆରେଗ୍ୟ କାମନା କରିଛନ୍ତି ।

Related Posts