ବ୍ରହ୍ମଗିରି : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗୋଲାଗାଁରେ ବୋମମାଡ଼ ହୋଇଛି । ଏନେଇ ସୂଚନା ମିଳିଛି । ତେବେ ଏନେଇ ଖବର ପାଇବା ପରେ ସାତପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୪ଟା ସମୟରେ ବ୍ରହ୍ମଗିରି ଥାନା ଗୋଲା ଗାଁରେ ଥିବା କତା ଫ୍ୟାକ୍ଟରୀ ଉପରକୁ ବୋମାମାଡ଼ ହୋଇଥିଲା ।

ଏହି ବୋମାମାଡ଼ରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୋଲିସ ଫୁଟା ବୋମାର ସୁତୁଲି ଓ ବାରୁଦ ଜବତ କରିଛି । ପୋଲିସ କହିବାନୁସାରେ ଗାଁରେ ଫୁଟିଥିବା ବାଣଟି ବାଡିଆ ଫୋଟକା ।