ପ୍ରଶଂସକଙ୍କ ଫୋନ ଭାଙ୍ଗିବା ପଡିଲା ମହଙ୍ଗା: ୨ ମ୍ୟାଚ୍‌ରୁ ବାସନ୍ଦ ସହ ୫୦ ଲକ୍ଷ ଜୋରିମନା ଦେବେ ରୋନାଲ୍ଡୋ

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଫୋନ ଭାଙ୍ଗିଲେ ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ । ଯାହା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଇଛି । ସେ ଚଳିତ ବର୍ଷ ପ୍ରାରମ୍ଭରେ ଏଭର୍ଟନରେ ଜଣେ ପ୍ରଶଂସକଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ।

ତେବେ ଏହି ପ୍ରସଙ୍ଗରେ ପଦକ୍ଷେପ ନେଇ ଫୁଟବଲ ଆସୋସିଏସନ ତାଙ୍କ ଉପରେ ୫୦,୦୦୦ ପାଉଣ୍ଡ (ପ୍ରାୟ ୪୯.୪୩ ଲକ୍ଷ ଟଙ୍କା) ଜୋରିମନା ଲଗାଇଛି। ଏହା ବ୍ୟତୀତ ତାଙ୍କୁ ଦୁଇଟି ମ୍ୟାଚ ପାଇଁ ମଧ୍ୟ ବାସନ୍ଦ କରାଯାଇଛି। ନିକଟରେ ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଚୁକ୍ତି ଶେଷ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୯ରେ, ରୋନାଲ୍ଡୋଙ୍କ ଦଳ ଗୁଡିସନ ପାର୍କରେ ଏଭର୍ଟନଠାରୁ ୧-୦ରେ ହାରିଥିଲା। ପରାଜୟ ପରେ ରୋନାଲ୍ଡୋ ପଡ଼ିଆରୁ ବାହାରକୁ ଆସୁଥିବାବେଳେ ଜଣେ ପ୍ରଶଂସକ ତାଙ୍କ ଭିଡିଓ ପ୍ରସ୍ତୁତ କରୁଥିଲେ। ଦଳର ପରାଜୟରେ କ୍ରୋଧିତ ରୋନାଲ୍ଡୋ ଏହାକୁ ପସନ୍ଦ କରି ନ ଥିଲେ। ସେ ପ୍ରଶଂସକଙ୍କ ମୋବାଇଲ ଛଡ଼ାଇ ଏହାକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ରୋନାଲ୍ଡୋ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରିଥିଲେ

Related Posts