ଲଣ୍ଡନ: ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରଠାରୁ ବ୍ରିଟେନ୍‌ରେ ରାଜନୈତିକ ଓ ଅର୍ଥନୈତିକ ସଂକଟ ଦେଖାଦେଇଛି। ପ୍ରଥମେ ଅର୍ଥ ସଚିବ ଏବେ ଗୃହ ସଚିବଙ୍କ ଇସ୍ତଫା ଚିନ୍ତା ବଢ଼ାଇଛି । ବ୍ରିଟେନ୍ ଗୃହ ସଚିବ ସୁଏଲ୍ଲା ବର୍ମନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲିଜ୍ ଟ୍ରସଙ୍କ ବିରୋଧରେ ବିଦ୍ରୋହ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଗୋଟିଏ ପରୋ ଗୋଟିଏ ସେକ୍ରେଟାରୀଙ୍କ ଇସ୍ତଫା ବ୍ରିଟେନ୍ ରାଜନୀତିକୁ ଆହୁରି ଚର୍ଚ୍ଚିତ କରିଛି।

ଗୋଟିଏ ସପ୍ତାହ ଭିତରେ ଲିଜ୍ ଟ୍ରସ୍‌ ତାଙ୍କ କ୍ୟାବିନେଟରେ ଦୁଇଟି ବଡ଼ ପରିବର୍ତ୍ତନ କରିସାରିଲେଣି। ପ୍ରଥମେ ଅକ୍ଟୋବର ୧୪ ତାରିଖରେ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଜେରେମି ହଣ୍ଟକୁ ଅର୍ଥମନ୍ତ୍ରାଳୟ ଦିଆଯାଇଥିଲା ଆଉ ଆଜି ସୁଏଲ୍ଲା ବର୍ମନଙ୍କୁ ଗୃହମନ୍ତ୍ରାଳୟରୁ ହଟାଇ ଦିଆଯାଇଛି।

ଏନେଇ ସୁଏଲ୍ଲା ଟ୍ୱିଟ୍ କରି ସୂଚନା ଦେଇଛି। ସେ ତାଙ୍କ ଟ୍ୱିଟରରେ ଇସ୍ତଫା ପତ୍ର ଶେୟାର୍ କରିବା ସହି ଲେଖିଛନ୍ତି “ପ୍ରଧାନମନ୍ତ୍ରୀଙ୍କୁ ମୋ ଚିଠି।”